ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜିକରଣ ଆବେଦନର ସମୟସୀମା ବଢିଲା

Pradhan Mantri Fasal Bima Yojana:

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (Pradhan Mantri Fasal Bima Yojana) – ଖରିଫ ୨୦୨୩ ର ପଞ୍ଜିକରଣ ର ଧାର୍ଯ୍ୟ ତାରିଖ ୩୧-୦୭ -୨୦୨୩ କୁ ଓଡିଶା ସରକାରଙ୍କ ଅନୁରୋଧ କ୍ରମେ ଘୁଞ୍ଚା ଯାଇ ୦୫-୦୮-୨୦୨୩ କୁ ବୃଦ୍ଧି କରାଯାଇ ଅଛି I

ଫସଲ ବୀମା ଯୋଜନା ସହାୟତା :


୧. ଚଳିତ ବର୍ଷ ରାଜ୍ୟ ସରକାର ଚାଷୀମାନଂକର ଫସଲ ବୀମା ପ୍ରିମିଯମ ଚାଷୀ ପିଛା ସର୍ବାଧିକ ୨ ହେକଟର ପର୍ଯ୍ୟନ୍ତ ବହନ କରିବେ I
୨. ମାତ୍ର ୧ ଟଙ୍କା ପ୍ରଦାନ କରି ଚାଷୀ ଭାଇ ମାନେ ବିଜ୍ଞାପିତ ଫସଲ ଗୁଡିକ ବୀମାଭୁକ୍ତ କରି ପାରିବେ I
୩. ଖରିଫ ଋତୁ ର ବିଜ୍ଞାପିତ ବୀମାଭୁକ୍ତ ୮ ଟି ଫସଲ ହେଲା ଧାନ, ମକା, ହରଡ, ଚିନାବାଦାମ, ମାଣ୍ଡିଆ, କପା, ଅଦା, ହଳଦି I
୪. ବୀମା ପଞ୍ଜିକରଣ ପାଇ ନିକଟସ୍ଥ ଜନ ସେବା କେନ୍ଦ୍ର , ବ୍ୟାଙ୍କ ଶାଖା, ବୀମା କମ୍ପାନୀ କାର୍ଯ୍ୟାଳୟ , ଅଧିକୃତ ବୀମା କମ୍ପାନୀ ଏଜେଣ୍ଟଙ୍କ ମାଧ୍ୟମ ରେ ତୁରନ୍ତ ଯୋଗାଯୋଗ କରନ୍ତୁ I

ଫସଲ ବୀମା ପାଇଁ ଆବଶ୍ୟକୀୟ ଦସ୍ତାବିଜ:

୧. ଜମି ପଟ୍ଟା (Land Record or RoR)
୨. ଆଧାର କାର୍ଡ (Aadhaar Card)
୩. ବ୍ୟାଙ୍କ ଜମା ଖାତା ର ନକଲ (Bank Passbook Xerox copy)
୪. ଚାଷୀ ର ମୋବାଇଲ୍ ନମ୍ବର୍ (Mobile Number)
୫. ବିହନ ବୁଣିଥିବା ପ୍ରମାଣ ପତ୍ର (Sowing Certificate) କିମ୍ବା ସ୍ଵକୀୟ ଘୋଷଣାନାମା (Self Declaration Certificate)
୬. ତେନାଣ୍ଟ ଚେର୍ଟିଫିକେଟ (Tenant Certificate)

ଚାଷୀ ଭାଇ ମଧ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପୋର୍ଟାଲ କୁ ଯାଇ ପଞ୍ଜିକରଣ କରିପାରିବେ I ପୋର୍ଟାଲ

ଓଡିଶା ରେ ଆଜି ସୁଧା ୧୧,୮୨,୬୫୮ ଚାଷୀ ଫସଲ ବୀମା ଯୋଜନା ରେ ପଞ୍ଜିକରଣ କରି ସାରିଛନ୍ତି I ଆପଣ ଯଦି ଏବେ ଯାଇ ପଞ୍ଜିକରଣ କରି ନାହାନ୍ତି ତାହାହେଲେ ଖୁବ ଶୀଘ୍ର ଯାଇ କରିନୁଅନ୍ତୁ I ଆଶା କରୁଛୁ ଅଗଷ୍ଟ ୫ ସୁଧା ୨୫,୦୦,୦୦୦ ଓଡିଶା ରେ ଚାଷୀ ପଞ୍ଜିକରଣ କରିବେ ଏବଂ ଏହି ଯୋଜନା ର ଲାଭ ନେବେ I

Pradhan Mantri Fasal Bima Yojana

Leave a Comment